ଜେଲ ଯିବାରୁ ବଞ୍ଚିବାକୁ ହାର୍ଦ୍ଦିକ କଂଗ୍ରେସ ଛାଡିଲେ, ବିଜେପିକୁ ଯିବେ

ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ କଂଗ୍ରେସରୁ ଇସ୍ତାପ ଦେବାର କାରଣ ସମ୍ପର୍କରେ ଆଜି ଏକ ଚାଞ୍ଚଲ୍ୟକର ସୂଚନା ଦେଇ ରାଜ୍ୟ ସଭାପତି ଜଗଦୀଶ ଠାକୋର କହିଛନ୍ତି ଯେ ସରକାର ଭାଙ୍ଗିବା ପାଇଁ ହିଂସା ଓ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଥିଲା, ସେଥିରେ ତାଙ୍କୁ ବାନ୍ଧିବାର ଧମକ ଦେଉଥିଲା ବିଜେପି ସରକାର- ସେହି ଡରରେ ନିଜକୁ ଜେଲ ଯିବାରୁ ବଞ୍ଚାଇବାକୁ ସେ କଂଗ୍ରେସ ଛାଡିଛନ୍ତି ବିଜେପିରେ ଯୋଗ ଦେବାକୁ ! ଶ୍ରୀ ଠାକୋର କହିଛନ୍ତି ଯେ ହାର୍ଦ୍ଦିକଙ୍କ ଥିବା ନଥିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ! ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ହାର୍ଦ୍ଦିକଙ୍କ ପରୋକ୍ଷ କଟାକ୍ଷ ସମ୍ପର୍କରେ ତାତ୍ସଲ୍ୟ କରି ଗୁଜୁରାଟ କଂଗ୍ରେସ ସଭାପତି କହିଛନ୍ତି ଯେ 2017 ରେ ସେ କହୁଥିଲେ ବିଜେପିକୁ ଭୋଟ ଦିଅନା, କଂଗ୍ରେସକୁ ଦିଅ କାରଣ ରାହୁଲ ହେଉଛନ୍ତି ଦେଶର ଯୋଗ୍ୟତମ ନେତା ! ଏବେ କେମିତି କହିବେ ଯେ କଂଗ୍ରେସକୁ ଭୋଟ ଦିଅନା, ବିଜେପିକୁ ଦିଅ-ତାହା ତାଙ୍କୁ ଜଣା !

 

Leave A Reply

Your email address will not be published.