ଗୁଜୁରାଟ ଭଦୋଦରାର ୨୪ବର୍ଷ ବୟସ୍କା ତରୁଣୀ କ୍ଷମା ବିନ୍ଦୁ ନିଜେ ନିଜକୁ ବିବାହ କରିବା କଥା ଘୋଷଣାକରି କହିଛନ୍ତି ଯେ ହିନ୍ଦୁ ବିଧି ବିଧାନର ସମସ୍ତ ରୀତି ପାଳନ କରି ସେ ଆସନ୍ତା ୧୧ ତାରିଖରେ ଏକ ହିନ୍ଦୁ ମନ୍ଦିରରେ ନିଜ ସହ ବିବାହ ବନ୍ଧନରେ ବାନ୍ଧିହେବେ ଓ ଗୋଆରେ ନିଜର ବାସର ରାତି ମନାଇବେ !
ସେ କହିଛନ୍ତି ଯେ ବିବାହରେ ସବୁଠାରୁ ବଡ କଥା ହେଉଛି ଭଲପାଇବା,”ମୁଁ ନିଜକୁ ସବୁଠାରୁ ବେଶୀ ଭଲପାଏ,ସେଥିପାଇଁ ନିଜକୁ ବାହାହେବାର ନିଷ୍ପତି ନେଇଛି !”
କ୍ଷମାଙ୍କର ଏପରି ଘୋଷଣା ପରେ ବିଜେପି ପକ୍ଷରୁ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହାକୁ ବିରୋଧ କରି ବିଜେପି ନେତ୍ରୀ ସୁନିତା ଶୁକ୍ଳା କହିଛନ୍ତି ଯେ କ୍ଷମା ମାନସିକ ରୋଗରେ ପୀଡିତା, ଏପରି ବିବାହ ହିନ୍ଦୁ ଶାସ୍ତ୍ରରେ ଅବୈଧ !
କ୍ଷମାଙ୍କୁ କୌଣସି ହିନ୍ଦୁ ମନ୍ଦିରରେ ଏପରି ଭାବେ ବିବାହ କରିବାକୁ ଦିଆଯିବ ନାହିଁ ନାହିଁ ବୋଲି ଶ୍ରୀମତୀ ଶୁକ୍ଳା କହିଛନ୍ତି !