ଗୁଡୁ ମୁସଲିମ ସହ ସୁଶାନ୍ତ ସିଂହଙ୍କ ଅପରାଧିକ ଯୋଗସୂତ୍ର ରହିଛି : ଲେଖାଶ୍ରୀ

ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କର ଅପରାଧିକ ଯୋଗସୂତ୍ର ରହିଛି ବୋଲି ଚାଞ୍ଚଲ୍ଯକର ଖୁଲାସା କରିଛନ୍ତି ଓଡିଶା ବିଜେପିର ବୟାନବୀରା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରୀ ! ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ ଗୁଡୁ ମୁସଲିମର ଡ୍ରାଇଭର ଓ ସୁଶାନ୍ତ ସିଂହଙ୍କ ରାଜନୈତିକ ଅପରାଧ କାର୍ଯ୍ଯକଳାପର କାରପଟଦାର ସହଯୋଗୀ ରାଜା ଖାନଙ୍କ ମଧ୍ୟରେ ରହସ୍ୟମୟ ସମ୍ବନ୍ଧ ରହିଛି।
ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ ଗୁଡୁ ମୁସଲିମ ଓଡିଶା ଆସି ପୁରୀ ଓ ବରଗଡ଼ରେ ଲୁଚିଥିବା ଉତ୍ତର ପ୍ରଦେଶ ଏସଟିଏଫ୍ ଜାଣିପାରିଥିଲା ଓ ବରଗଡ଼ ଯାଇ ରାଜା ଖାନଙ୍କୁ ପଚରାଉଚୁରା କରିଥିଲା।

ଅପରାଧୀମାନଙ୍କ ପାଇଁ ଓଡ଼ିଶା ଏକ ସୁରକ୍ଷିତ ସ୍ଥାନ ପାଲଟିଛି ବୋଲି ଆକ୍ଷେପ କରି ସେ କହିଲେ ଯେ ବିଜେଡି ଶାସନକାଳରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି, ଅନ୍ୟ ପ୍ରଦେଶଗୁଡିକ ତୁଳନାରେ ସର୍ବାଧିକ ଦୁଷ୍କର୍ମ, ହତ୍ୟା ଓ ଅପହରଣ ଓଡ଼ିଶାରେ ହିଁ ହେଉଛି।

Leave A Reply

Your email address will not be published.