ଉତ୍ତରପ୍ରଦେଶର ଫାରୁଖାବାଦର ବିଦ୍ୟୁତ୍ ବିଭାଗର ଜଣେ ସରକାରୀ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ଅଲ-କାଏଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନଙ୍କ ଚିତ୍ର ରଖି ଅଡୁଆରେ ପଡିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ଅଧକାରୀ ଜଣକ ଓସାମା ବିନ୍ ଲାଡେନଙ୍କ ଚିତ୍ରକୁ ଦୁନିଆର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର ବୋଲି ବର୍ଣ୍ଣନା କରିଥିଲେ। ଯାହା ଫଳରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ବରିଷ୍ଠ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଘଟଣା ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶର ଡାକ ସିନାଚଲ ବିଦ୍ୟୁତ ବିତରଣ ନିଗମର ସବ-ଡିଭିଜନାଲ ଅଫିସର ରବିନ୍ଦ୍ର ପ୍ରକାଶ ଗୌତମ ତାଙ୍କ କାର୍ଯ୍ୟାଳୟରେ ଲାଡେନଙ୍କ ଚିତ୍ର ରଖିଥିଲେ। ଚିତ୍ର ତଳେ ଏକ ନୋଟ୍ ଲେଖିଥିଲେ ଯେଉଁଥିରେ ଲେଖାଥିଲା, “ସମ୍ମାନିତ ଓସାମା ବିନ୍ ଲାଡେନ, ବିଶ୍ୱର ସର୍ବଶ୍ରେଷ୍ଠ ଜୁନିଅର ଇଞ୍ଜିନିୟର। ତେବେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରୁ ବରିଷ୍ଠ ଅଧିକାରୀ ମାନେ ଜାଣିବା ପରେ ଲାଡେନଙ୍କ ଚିତ୍ରକୁ ହଟାଇବା ସହ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ।