ସାମ୍ବାଦିକ ଜୁବେର ମହମ୍ମଦଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ନିଜକୁ ବିଶ୍ଵର ସର୍ବବୃହତ ଗଣତନ୍ତ୍ର ବୋଲାଉଥିବା ଭାରତରେ ସମ୍ବାଦସଂସ୍ଥାର ସ୍ଵାଧୀନତା ଓ ମୁକ୍ତ ମତବ୍ଯକ୍ତ କରିବାର ଅଧିକାର ଉପରେ ଅଂକୁଶ ଲଗା ଯାଉଛି !
ଜର୍ମାନୀର ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛି ଭାରତର ବୈଦେଶିକ ବ୍ଯାପାର ମନ୍ତ୍ରଣାଳୟ ।
ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ କୌଣସି ବିଷୟ ସଠିକ ଭାବେ ନଜାଣି କିଛି ଏପରି ମନ୍ତବ୍ୟ ଦେବା ଅନୁଚିତ।
ସେ କହିଛନ୍ତି ଯେ ଜୁବେର ମହମ୍ମଦ ମାମଲା ଅଦାଲତରେ ବିଚାରାଧୀନ ଅଛି, ଭୂଲ କଣ ଠିକ କଣ – ତାହା ଅଦାଲତର ରାୟ ଆସିଲା ପରେ ସ୍ପଷ୍ଟ ହୋଇଯିବ ।