ନୂଆଦିଲ୍ଲୀରେ ‘ଟ୍ୟାକ୍ସ ଇଣ୍ଡିଆ ଅନଲାଇନ’ ପକ୍ଷରୁ ଆୟୋଜିତ ‘ଟିଆଇଓଏଲ ପୁରସ୍କାର ୨୦୨୨’ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦାର ଅର୍ଥନୀତି ଯୋଗୁଁ ଦେଶକୁ ଅର୍ଥନୀତିରେ ଅନେକ ସଫଳତା ମିଳିଛି, ଏଥିପାଇଁ ଦେଶ ମନମୋହନ ସିଂହଙ୍କ ନିକଟରେ ଋଣୀ ! ମନମୋହନ ସିଂହଙ୍କ ଦ୍ବାରା ୧୯୯୧ରେ ସାଦର କରାଯାଇଥିବା ଉଦାର ଅର୍ଥନୀତିର ପ୍ରଶଂସା କରି ଗଡକରି କହିଛନ୍ତି ଯେ ଭାରତକୁ ଏପରି ଉଦାର ଅର୍ଥନୀତିର ଆବଶ୍ୟକତା ରହିଛି, ଯାହା ଫଳରେ ଦେଶର ଗରିବ ଲୋକେ ଉପକୃତ ହୋଇ ପାରିବେ !