ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ୪ ବିଧାୟକ

କଂଗ୍ରେସରେ ପୁଣି ଥରେ ବିବାଦ ଦେଖାଯାଇଛି, ଗତ ୪ ଦିନ ମଧ୍ୟରେ ୪ ଜଣ ବିଧାୟକଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଜଣେ ସଚିବଙ୍କ ସହିତ ମତାନ୍ତର ହୋଇଥିବା ଜାତୀୟ ଗଣମାଧ୍ୟମରେ କୁହାଯାଇଛି ।

କ୍ରୀଡାମନ୍ତ୍ରୀ ଅଶୋକ ଚନ୍ଦନା ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କୁଲଦୀପ ରାଣକାଙ୍କ ବିରୋଧରେ ଗେହଲଟଙ୍କୁ ପତ୍ରଲେଖି ଇସ୍ତଫା ଦେବାକୁ ଇଛା ପ୍ରକାଶ କରିଛନ୍ତି ।

ଶ୍ରୀ ଚନ୍ଦନା ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଶ୍ରୀ ରାଣକା ନିଜକୁ ସବୁ ବିଭାଗର ମନ୍ତ୍ରୀ ମନେକରୁଛନ୍ତି, ତାଙ୍କର ଏପରି ଆଚରଣରେ ସେ ଅପମାନିତ ବୋଧ କରୁଛନ୍ତି ଯେପରିକି ମନ୍ତ୍ରୀ ଭାବରେ ତାଙ୍କର କୌଣସି କ୍ଷମତା ନାହିଁ – ସବୁ କ୍ଷମତା ସମ୍ପୃକ୍ତ ପ୍ରମୁଖ ସଚିବଙ୍କ ପାଖରେ ଠୁଳ ହୋଇଛି ! ଇସ୍ତଫା ଦେବାକୁ ଇଛା ପ୍ରକାଶ କରି ଶ୍ରୀ ଚନ୍ଦନା ନିଜ ପତ୍ରରେ ଲେଖିଛନ୍ତି ଯେ ତାଙ୍କ ସ୍ଥାନରେ ଶ୍ରୀ ରାଣକାଙ୍କୁ ବରଂ କ୍ରିଡାମନ୍ତ୍ରୀ ଦାୟିତ୍ୱ ଦେଇଦିଅନ୍ତୁ ମୁଖ୍ୟମନ୍ତ୍ରୀ !

ପୂର୍ବରୁ ଗତ ବୁଧବାର ଦିନ ଚିତ୍ତୋରଗଡ଼ ବେଗୁର କଂଗ୍ରେସ ବିଧାୟକ ରାଜେନ୍ଦ୍ର ବିଧୁଡି କହିଥିଲେ ଯେ, ସରକାରରେ ଦଳୀୟ କର୍ମକର୍ତ୍ତାଙ୍କ କଥା କେହି ଶୁଣୁନାହାନ୍ତି ।

ଏହି ସରକାରରେ କୌଣସି ବିଧାୟକ ନିର୍ବାଚନ ଜିତିପାରିବେ ନାହିଁ ।

ଡୁଙ୍ଗରପୁର ବିଧାୟକ ଓ ଯୁବ କଂଗ୍ରେସର ସଭାପତି ଗଣେଶ ଘୋଘରା ଦିଲ୍ଲୀରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟି ଅଶୋକ ଗହଲଟ ସରକାରଙ୍କ ଵିରୋଧରେ ଅଭିଯୋଗ କରିଛନ୍ତି ।

ପ୍ରତାପଗଡ଼ ବିଧାୟକ ରାମଲାଲ ମୀନା ଟୁଇଟ କରି କଂଗ୍ରେସ ହାଇକମାଣ୍ଡଙ୍କୁ କହିଛନ୍ତି ଯେ, ଡୁଙ୍ଗରପୁର ଜିଲ୍ଲାରେ କଂଗ୍ରେସ ଶେଷ ହେବାକୁ ଯାଉଛି ଏହାକୁ ବଞ୍ଚାଇ ନିଅନ୍ତୁ ।

Leave A Reply

Your email address will not be published.