ବିଜେପିକୁ ଆସିଲେ ଆରଜେଡିର ପୂର୍ବ ମହାସଚିବ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଉ ଏକ ଝଟକା ଦେଇଛି ବିଜେପି, ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ମହାସଚିବ ଅଜିତ ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି, ତାଙ୍କ ସହିତ ନବାଦା ଜିଲ୍ଲାର ବହୁ ପଞ୍ଚାୟତସ୍ତରୀୟ କର୍ମୀ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ତେଜସ୍ଵୀ ଯାଦବ ତାଙ୍କୁ ଗୋବିନ୍ଦପୁର ବିଧାନସଭା ଆସନ ପାଇଁ ​​ଟିକେଟ ନଦେବାରୁ ସେ ଦଳୀୟ ପ୍ରାର୍ଥୀ ମହମ୍ମଦ କାମରାନଙ୍କୁ ଖୋଲାଖୋଲି ବିରୋଧ କରି ଜେଡିୟୁ ପ୍ରାର୍ଥୀ ପୂର୍ଣ୍ଣିମା ଯାଦବଙ୍କୁ ସମର୍ଥନ କରିଥିଲେ ।

ବିଜେପିରେ ଯୋଗଦେବା ପରେ ଶ୍ରୀ ଯାଦବ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ, କିନ୍ତୁ ବର୍ତ୍ତମାନ ଜେଡିୟୁ ଆରଜେଡି ସହିତ ମେଣ୍ଟ କରିଥିବାରୁ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରୁଛନ୍ତି।

ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ ଶ୍ରୀ ଯାଦବଙ୍କୁ ଦଳରେ ସ୍ଵାଗତ କରି କହିଛନ୍ତି ଯେ ଏହା ଫଳରେ ତାଙ୍କ ଦଳ ରାଜ୍ୟରେ ଅଧିକ ମଜବୁତ ହେବ !

ଅଜିତ ଯାଦବଙ୍କ ବିଜେପିରେ ଯୋଗଦାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆରଜେଡି ପକ୍ଷରୁ କୁହାଯାଇଛି ଯେ ସେ ହେଉଛନ୍ତି ଜଣେ ଅଭ୍ଯାସଗତ ପ୍ରତାରକ, ତାଙ୍କର ବିଜେପିରେ ଯୋଗଦାନ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Leave A Reply

Your email address will not be published.