ମହାରାଷ୍ଟ୍ରରେ ରାଜନୈତିକ ଘଟଣାକ୍ରମ କ୍ଲାଇମାକସ୍ ଆଡକୁ ଦ୍ରୃତବେଗରେ ଗତି କରୁଥିବା ଦେଖିବାକୁ ମିଳୁଛି, କାଲି ନିଜ ସରକାରୀ ବାସଭବନରେ ରାଜ୍ୟ ବିଜେପି କୋର୍ କମିଟି ବୈଠକ ବସାଇଥିଲେ ରାଜ୍ୟର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣାଡାଭିସ। ଆଜି ସକାଳୁ ଦିଲ୍ଲୀ ଉଡି ଯାଇଥିଲେ ସେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମନ୍ତ୍ରଣା କରିବାକୁ, ସେଠାରେ ଶାହାଙ୍କ ବ୍ଯତିତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ ମଧ୍ୟ ପରାମର୍ଶ କରିଥିଲେ। ଶିବସେନା ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମଧ୍ୟ ଗୌହାଟିରୁ ଦିଲ୍ଲୀ ଆସିଥିଲେ ଫର୍ଣାଡାଭିସଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ । ଦିଲ୍ଲୀରୁ ଫେରି ଫର୍ଣାଡାଭିସ ବିମାନ ବନ୍ଦରରୁ ସିଧା ରାଜଭବନ ଆସି ରାଜ୍ଯପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟିଛନ୍ତି । ଇତିମଧ୍ୟରେ ସିନ୍ଦେ ଗୋଷ୍ଠୀ ଉଦ୍ଧବ ଥାକରେଙ୍କ ସରକାରରୁ ଆଜି ସମର୍ଥନ ପ୍ରତ୍ଯାହାର କରିଛନ୍ତି। ଏଵେ ଦେଖିବାକୁ ରହିଲା ରାଜ୍ୟପାଳ କି ପଦକ୍ଷେପ ନେଉଛନ୍ତି – ସଂଖ୍ୟାଲଘୁ ପାଲଟିଥିବା ଉଦ୍ଧବଙ୍କ ମହାବିକାଶ ଅଘାଡି ସରକାରକୁ ବରଖାସ୍ତ କରି ଦେବେନ୍ଦ୍ର ଫର୍ଣାଡାଭିସଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ !