ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲ, ୧ ଲକ୍ଷ ଟଙ୍କା ଜରିମାନା

୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲା ଶୁଣାଣି କରି ଗତ ମଙ୍ଗଳବାର ଦିନ ନାଗୌର ଅତିରିକ୍ତ ଜିଲ୍ଲା ବିଚାରପତି, ପୂର୍ବତନ ବିଜେପି ବିଧାୟକ – ୮୬ ବର୍ଷ ବୟସ୍କ ଭୱଁରଲାଲ ରାଜପୁରୋହିତଙ୍କୁ ୧୦ ବର୍ଷ ଜେଲ, ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି୍। ଜରିମାନା ରାଶି ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ଶ୍ରୀ ଭୱଁରଲାଲ କୋର୍ଟରେ ଉପସ୍ଥିତ ଥିଲେ। ତାଙ୍କୁ ହ୍ୱିଲଚେୟାରରେ ବସାଇ କୋର୍ଟକୁ ଅଣାଯାଇଥିଲା, ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ପରେ ତାଙ୍କୁ ପୋଲିସ ଗିରଫ କରିଛି । ଥାନା ହେପାଜତରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇ ତାଙ୍କୁ ପରବତସର ଜେଲକୁ ପଠାଇ ଦିଆଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.