ଖଣି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଝାଡ଼ଖଣ୍ଡ ମୂଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ଟାଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କାଲି ସକାଳ ୧୧ ଘଣ୍ଟା ସମୟରେ ରାଞ୍ଚିସ୍ଥିତ ଇଡି କାର୍ଯ୍ଯାଳୟରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି ।
ଏହି ମାମଲାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ରାଜନୈତିକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଶ୍ରୀ ମିଶ୍ର ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା, ସେ ତାଙ୍କର ସହଯୋଗୀମାନଙ୍କ ସହ ମିଶି ସାହେବଗଞ୍ଜ ଓ ତତ୍ସଂଲଗ୍ନ ଅଞ୍ଚଳରେ ବେଆଇନ ଖଣି ବ୍ୟବସାୟ କରୁଥିବା ତଦନ୍ତରୁ ଜଣା ପଡିଥିବା ଇଡି କହିଥିଲା। ବର୍ତ୍ତମାନ ସୁଦ୍ଧା ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ କାରବାର ଠାବ ହୋଇଥିବା ଇଡି ଦର୍ଶାଇଛି।
Next Post