ମନି ଲଣ୍ଡ୍ରିଂ ମାଧ୍ୟମରେ ୧୬ଶହ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ଗତମାସ ୩୦ ତାରିଖରେ ଦିଲ୍ଲୀ ଆପ୍ ସରକାରର ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ, ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ନିଜ ହେପାଜତରେ ରଖି ଜେରା ଚାଲୁ ରଖିଥିବା ବେଳେ ଆଜି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରି ୨କୋଟି ୮୨ ଲକ୍ଷ ଟଙ୍କା ନଗଦ କ୍ୟାସ ସହିତ ୧୩୩ଟି ସ୍ୱର୍ଣ୍ଣ ମୁଦ୍ରା ଏବଂ କିଛି ସୁନା ବିସ୍କୁଟ ଜବତ କରିଛି ଇଡି । କିଛିଦିନ ତଳେ ଇଡି ଶ୍ରୀଜୈନଙ୍କ ଅନ୍ଯଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରି ୩ କୋଟି ନଗଦ ଟଙ୍କା ଜବତ କରିଥିଲା ।