ପଶ୍ଚିମବଙ୍ଗରେ ଇଡି ସିବିଆଇର ଅବାଧ ଆକ୍ରମଣ ବନ୍ଦ : ରୋକ୍ ଲଗାଇଲେ ଦିଦି

ଦେଶର ପ୍ରଥମ ରାଜ୍ୟ ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଇଡି, ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକର ଅବାଧ ଆକ୍ରମଣ ଉପରେ ରୋକ୍ ଲଗାଇଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରର ବିଜେପି ସରକାର ଏସବୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଲଗାଇ ବିରୋଧୀ ରାଜନୈତିକ ଦଳର ନିର୍ବାଚିତ ଜନପ୍ରତିନିଧି ତଥା କାର୍ଯ୍ଯକର୍ତ୍ତାମାନଙ୍କୁ ଶୀକାର କରୁଛନ୍ତି ଓ ଅଣବିଜେପି ଶାସିତ ରାଜ୍ୟଗୁଡିକରେ ଭୟର ବାତାବରଣ ସୃଷ୍ଟି କରୁଥିବା ଦର୍ଶାଇ ରାଜ୍ୟ ବିଧାନସଭାରେ ନିର୍ଦ୍ଧାରଣ ଗୃହିତ କରାଯାଇଛି ଯେ ବିଧାନସଭାକୁ ଅବହିତ ନକରାଇ ଓ ଏହାର ସମ୍ମତି ବିନା କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ।

ପ୍ରସଙ୍ଗ ଉପରେ ଆଲୋଚନା କାଳରେ ତୃଣମୂଳ କଂଗ୍ରେସ ବିଧାୟକମାନେ ଦର୍ଶାଇଥିଲେ ଯେ ଚିଟଫଣ୍ଡ ମାମଲାରେ ବିଜେପି ନେତାମାନଙ୍କ ବିରୋଧରେ ଅଭଯୋଗ ଥିବା ସତ୍ତ୍ୱେ, ସେମାନଙ୍କୁ ଛାଡି ଦିଆଯାଉଥିବା ବେଳେ ଅଣବିଜେପି ମନ୍ତ୍ରୀ ବିଧାୟକମାନଙ୍କୁ ଆକ୍ରୋଶମୂଳକ ଭାବେ ଟାର୍ଗେଟ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଭିସନ୍ଧି ଅନୁସାରେ ଇଡି ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକର ଦୁରୁପଯୋଗ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ କହିଛନ୍ତି।

ସ୍ମରଣଯୋଗ୍ୟ ଯେ ଅଣବିଜେପି ଶାସିତ ରାଜ୍ୟଗୁଡିକରେ ଇଡି ଓ ସିବିଆଇର ଉଦ୍ଦେଶ୍ୟମୂଳକ ଅବାଧ କାର୍ଯ୍ଯାନୁଷ୍ଠାନ ବିରୋଧରେ ସମ୍ପୃକ୍ତ ରାଜ୍ୟ ବିଧାନସଭାରେ ନିର୍ଦ୍ଧାରଣ ଗୃହିତ କରାଯାଇ ଏଥିରେ ରୋକ ଲଗାଯିବାର ସମ୍ଭାବନା ବିଷୟ ଆମେ ପୂର୍ବରୁ ଆମ ‘ଖୋଲା ଆଖି’ କାର୍ଯ୍ୟକ୍ରମରେ ଦର୍ଶାଇଥିଲୁ, ଯାହା ଏବେ ସତ୍ୟ ସାବ୍ୟସ୍ତ ହୋଇଛି।

Leave A Reply

Your email address will not be published.