ଉଦୟପୁରର ଜନଗହଳିପୂର୍ଣ୍ଣ ମାର୍କେଟରେ ଦୋକାନ ଭିତରେ ପଶି କନ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ମୁଣ୍ଡକାଟି ଦୁଇ ଉଗ୍ର ଧର୍ମାନ୍ଧ ଯୁବକ ହତ୍ୟାକରିବା ପୂର୍ବରୁ ଗତ ୨୨ ତାରିଖରେ ମହାରାଷ୍ଟ୍ରର ଅମରାବତୀଠାରେ ସମାନ ଢଙ୍ଗରେ ଅନ୍ୟଜଣେ ଔଷଧଦୋକାନୀ ଉମେଶ କୋହଲିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କର ବୟସ ୫୦ ବର୍ଷ ବୋଲି କୁହାଯାଉଛି ।
ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ମୁତାବକ ହୋଇଥିବା ଔଷଧଦୋକାନୀ କିଛିଦିନ ତଳେ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।
ଏଭଳି ନୃଶଂସ ଭାବେ ହତ୍ୟା କରିବାକୁ ତାଙ୍କୁ ଅନ୍ୟଜଣେ କହିଥିଲେ ବୋଲି ଗିରଫ ହୋଇଥିବା ଆତତାୟୀମାନେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଏନଆଇଏ କୁ କହିଛନ୍ତି।