ଭାରତର ପ୍ରତିରକ୍ଷା ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ପାକିସ୍ତାନ ଗୁପ୍ତଚର ସଂସ୍ଥାର ଜଣେ ଯୁବକଙ୍କୁ ଯୋଗାଇ ଦେଉଥିବା ଅଭିଯୋଗରେ ପୁନେସ୍ଥିତ ପ୍ରତିରକ୍ଷା ଗବେଷଣା ଅନୁଷ୍ଠାନ ଡିଆରଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଆତଙ୍କବାଦ ନିରୋଧ ଶାଖା ଗିରଫ କରିଛି, ଜେରା କରିବା ପାଇଁ ତାଙ୍କୁ ୯ ତାରିଖ ପର୍ଯ୍ୟନ୍ତ ଏଟିଏସ୍ ରିମାଣ୍ଡରେ ରଖାଯିବ। ଶ୍ରୀ କୁରୁଲକର ମିଶାଇଲ ଉତକ୍ଷେପଣ, ରୋବୋଟଚାଳିତ ରକେଟ ନିର୍ମାଣ ଆଦି ଅତ୍ୟନ୍ତ ଗୋପନୀୟ ସାମରିକ କାର୍ଯ୍ଯକଳାପ ଦାୟିତ୍ୱରେ ଥିଲେ, ପାକିସ୍ତାନୀ ଯୁବତୀ ଗୁପ୍ତଚରଙ୍କ ହନିଟ୍ରାପରେ ପଡି ସେ ହ୍ଵାଟ୍ସଆପ ଓ ଭିଡିଓ କଲ ମାଧ୍ୟମରେ ତାଙ୍କ ସହ ଯୋଗସୂତ୍ର ରଖୁଥିଲେ।