15 ତମ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆ ଦିଲ୍ଲୀ : ଆଜି ଦିଲ୍ଲୀ ସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ଦ୍ୱାରା ଭାରତର 15 ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସେ କହିଛନ୍ତି ଯେ ଭାରତର ସମସ୍ତ ନାଗରିକଙ୍କ ଆଶା, ଆକାଂକ୍ଷା ଏବଂ ଅଧିକାରର ପ୍ରତୀକ ଏହି ପବିତ୍ର ସଂସଦରୁ ସମସ୍ତ ସାଥୀ ନାଗରିକଙ୍କୁ ନମ୍ରତାର ସହ ଅଭିବାଦନ କରୁଛି। ମୋର ସ୍ନେହ, ବିଶ୍ୱାସ ଏବଂ ସମର୍ଥନ ମୋର କାର୍ଯ୍ୟ ଏବଂ ଦାୟିତ୍ୱ ତୁଲାଇବାରେ ମୋର ସର୍ବଶ୍ରେଷ୍ଠ ଶକ୍ତି ହେବ ।

ତେବେ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ଏବଂ ପ୍ରତୀଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଗ୍ରହଣ କରିଥିବା ମହିଳା ଭାବେ ଜଣାଯିବେ ।

ଶପଥ ଗ୍ରହଣ ପୂର୍ବରୁ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ ରାଷ୍ଟ୍ରିୟ ଭବନରେ ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଭେଟିଥିଲେ।

ଏହି ଶପଥ ଗ୍ରହଣ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ସଂସଦର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.