ତାମିଲନାଡୁ ରାଜ୍ଯପାଳ ଆର୍ ଏନ୍ ରବିଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛି ରାଜ୍ୟରେ ଶାସନ କ୍ଷମତାରେ ଥିବା ଡିଏମକେ ଦଳ। ମର୍ଯ୍ୟାଦାଜନକ ସାମ୍ବିଧାନିକ ପଦବୀରେ ରହି ଶ୍ରୀ ରବି ରାଜ୍ୟରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବାକୁ ଉସକାଉଥିବା ଡିଏମକେ ଓ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ଗତମାସରେ ଅନ୍ୟ ଦଳର ସାଂସଦମାନଙ୍କୁ ମଧ୍ୟ ଆରଏନ ରବିଙ୍କୁ ହଟାଇବାପାଇଁ ଦଳର ପ୍ରସ୍ତାବକୁ ସମର୍ଥନ କରିବାକୁ ଡିଏମକେ ଅନୁରୋଧ କରିଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଥିବା ବେଳେ ରାଜ୍ୟପାଳ ଏଥିରେ ବାଧା ସୃଷ୍ଟି କରୁଛନ୍ତି ବୋଲି ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ଶାସକ ଦଳ ଦର୍ଶାଇଛି।
ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ପ୍ରାୟ ୨୦ଟି ବିଲକୁ ମଞ୍ଜୁରି ନଦେଇ ପକାଇ ରଖଛନ୍ତି ରାଜ୍ୟପାଳ ଶ୍ରୀ ରବି, ଏହା ସାମ୍ବିଧାନିକ ବ୍ଯବସ୍ଥାର ପରିପନ୍ଥୀ ବୋଲି ସ୍ମାରକପତ୍ର ପତ୍ରରେ ଦର୍ଶାଇଛି ଡିଏମକେ ।