ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ ତିକ୍ତତା ବଢ଼ିବାରେ ଲାଗିଛି। ଦିଲ୍ଲୀ ଶିକ୍ଷକଙ୍କୁ ଫିନଲ୍ୟାଣ୍ଡ ପ୍ରଶିକ୍ଷଣ ପାଇଁ ପଠାଇବା ମାମଲା ସମେତ ଅନେକ ପ୍ରସଙ୍ଗରେ ବିବାଦ ଲାଗି ରହିଛି।
ଏ ନେଇ କେଜରିଓ୍ଵାଲ କହିଛନ୍ତି, ଉପରାଜ୍ୟପାଳ ଆମ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ଆମର ହୋମଓ୍ଵାର୍କ ଯାଞ୍ଚ କରିବେ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ରାଜ୍ୟପାଳଙ୍କ ନିମନ୍ତ୍ରଣ ଗ୍ରହଣ କରିନଥିଲେ।
କେଜରିଓ୍ଵାଲ କହିଥିଲେ, ଉପରାଜ୍ୟପାଳ ଭିକି ସକ୍ସେନା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଡାକିଛନ୍ତି। କିନ୍ତୁ ଆମେ ସମସ୍ତ ବିଧାୟକଙ୍କ ସହିତ ତାଙ୍କୁ ଭେଟିବାକୁ ଚାହୁଁଛୁ।
ଉପରାଜ୍ୟପାଳଙ୍କ ଏହି ନିମନ୍ତ୍ରଣ ଗ୍ରହଣୀୟ ନୁହେଁ ବୋଲି ଅରବିନ୍ଦ କେଜରିଓ୍ଵାଲ କହିଥିଲେ। କେଜରିଓ୍ଵାଲଙ୍କ କହିବାନୁସାରେ, ଉପରାଜ୍ୟପାଳ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଭେଟିବାକୁ ମନା କରିଦେଇଛନ୍ତି।
ଦୁଇ କୋଟି ଲୋକଙ୍କ ପାଇଁ ଏହା ଅପମାନ। ଆମେ ପରବର୍ତ୍ତୀ ରଣନୀତି ସ୍ଥିର କରିବୁ ଏବଂ କହିବୁ। ଅରବିନ୍ଦ କେଜରିଓ୍ଵାଲ ରାଜ୍ୟପାଳଙ୍କ ବାସଭବନ ନିକଟରୁ ଫେରି ଆସିଥିଲେ।
କେଜରିୱାଲଙ୍କ ଅନେକ ପ୍ରସ୍ତାବକୁ ଉପରାଜ୍ୟପାଳ ଅନୁମୋଦନ କରିନାହାନ୍ତି। ଏଭଳି ସ୍ଥିତିରେ ଏହି ବିବାଦ ଦୀର୍ଘ ସମୟ ଧରି ଚାଲିବ ବୋଲି ଅନୁମାନ କରାଯାଉଛି।
କେଜରିୱାଲ ଏବଂ ତାଙ୍କ ବିଧାୟକମାନେ ଉପରାଜ୍ୟପାଳଙ୍କ ବାସଭବନ ନିକଟରେ ପହଞ୍ଚିବା ବେଳେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି ପ୍ରସ୍ତାବର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରି ରେକର୍ଡ ଦାଖଲ କରିବାକୁ ସରକାରଙ୍କୁ କୁହାଯାଇଥିଲା।
ଏନେଇ କେଜରିୱାଲ କହିଛନ୍ତି, ଉପଜିଲ୍ଲାପାଳ ଆମର ଅନେକ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ମୁଁ ନିବେଦନ କରୁଛି କି ସେ ସମ୍ବିଧାନକୁ ମାନନ୍ତୁ। ସୁପ୍ରିମକୋର୍ଟଙ୍କ ୨୦୧୮ ର ଏକ ଆଦେଶକୁ ଦର୍ଶାଇ କେଜରିୱାଲ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀର ଉପରାଜ୍ୟପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇ ପାରିବେ ନାହିଁ।