ଚୀନ ତୁଳନାରେ ଭାରତ ଢେର ଅଧିକ ଭଲ, ଏହା ମୋର ଘର – କୌଣସି ପରିସ୍ଥିତିରେ ବି ଭାରତ ଛାଡ଼ି ଚୀନ ଫେରିଯିବାର ପ୍ରଶ୍ନ ହିଁ ଉଠୁନାହିଁ ବୋଲି କହିଛନ୍ତି ତିବ୍ବତର ଧର୍ମଗୁରୁ ଦଲାଇଲାମା। ଚୀନର ଡ୍ରାଗନ ସେନା ଦ୍ବାରା ତିବ୍ବତୀୟଙ୍କ ଉପରେ ଅତ୍ୟାଚାର ବଢ଼ିବା ପରେ ୧୯୫୯ରେ ଦଲାଇଲାମା ଭାରତ ପଳାଇ ଆସିଥିଲେ। ସେହିଦିନଠାରୁ ସେ ଏଠାରେ ରହି ଆସୁଛନ୍ତି।
ନିକଟରେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତକୁ ଅନୁପ୍ରବେଶ ପାଇଁ ଚୀନ ପ୍ରୟାସ କରୁଥିବା ବେଳେ ଉଭୟ ପକ୍ଷର ଜବାନଙ୍କ ମଧ୍ୟରେ ଯେଉଁ ଲଢାଇ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦଲାଇଲାମା କହିଛନ୍ତି ଯେ, ଚୀନ ଏବେ ତାର ନୀତିଗୁଡ଼ିକୁ ନେଇ ପୂର୍ବାପେକ୍ଷା ଅଧିକ ଗର୍ବ ଦେଖାଇବାରେ ଲାଗିଛି, ପଛକୁ ଫେରିବାର ନାଁ ନେଉନାହିଁ !
Prev Post