ତେଲେଙ୍ଗାନା କଂଗ୍ରେସରେ ସଂକଟ : ପୁରୁଖା ନେତାଙ୍କ ଅସନ୍ତୋଷ ବଢୁଛି

ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଏକ ପ୍ରକାର ଏକଛତ୍ରବାଦୀ ଶାସନ ଚଳାଉଥିବାର ଅଭିଯୋଗ କରି ଆସୁଛନ୍ତି ବିରୋଧୀମାନେ, ଏହାକୁ ପ୍ରତିହତ କରିବା ପାଇଁ ଅଭିଯାନ ଆରମ୍ଭ କରି ମୂଳରୁ ସଂକଟର ସାମ୍ନା କରିବାକୁ ପଡିଛି ରାଜ୍ୟ କଂଗ୍ରେସକୁ୍।

ନବଗଠିତ ପ୍ରଦେଶ କଂଗ୍ରେସ କମିଟିରେ ଅନ୍ୟଦଳରୁ ଆସିଥିବା ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ, ଦଳର ପୁରୁଣା ବିଶ୍ଵସ୍ତ ନେତାମାନଙ୍କୁ ଅବହେଳା କରାଯାଇଛି ବୋଲି ଅଭିଯୋଗ କରି ଗତକାଲି ୧୨ ସଦସ୍ୟ କମିଟିରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ବିଧାୟକ ସୀତାକ୍କା ମଧ୍ୟ ଅଛନ୍ତି।

ପୁରୁଖା ନେତାମାନଙ୍କ ଅସନ୍ତୋଷ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ତେଲେଙ୍ଗାନା ସାଂସଦ ଉତ୍ତମକୁମାର ରେଡ୍ଡୀ କହିଛନ୍ତି ଯେ ନୂଆ ପିସିସିର ୫୦ ପ୍ରତିଶତ ସଦସ୍ୟ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟିରୁ ଆସି ନିକଟରେ କଂଗ୍ରେସରେ ଯୋଗଦେଇଥିବା ନେତାମାନେ, ଦଳରେ ଗତ ୬ ବର୍ଷ ହେଲା କାମ କରୁଥିବା ପୁରୁଣା ନେତାଙ୍କୁ ଅଣଦେଖା କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ନବଗଠିତ ପ୍ରଦେଶ କଂଗ୍ରେସ କମିଟିରୁ ହଠାତ ଏତେ ସଂଖ୍ୟକ ନେତା ଇସ୍ତଫା ଦେବା ଦଳପାଇଁ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.