ପ୍ରେମିକକୁ ଗୁଳିକରି ମାରିବା ଅଭିଯୋଗରେ ନ୍ଯାୟାଧୀଶଙ୍କ ଝିଅ ଗିରଫ

୬ ବର୍ଷ ତଳେ ଚଣ୍ଡିଗଡରେ ଘଟିଥିଲା ହତ୍ୟାକାଣ୍ଡ, ବିବାହ କରିବାକୁ ମନାକରି ଦେବାରୁ ଜାତୀୟ ସ୍ତରରେ ସାର୍ପ ସୁଟର ଆଡଭୋକେଟ ସୁଖମନପ୍ରୀତ ସିଂ ଓରେଫ ସିପ୍ପି ସିଦ୍ଧୁଙ୍କୁ ୨୦୧୫ ସେପ୍ଟେମ୍ବର ୨୦ ତାରିଖ ସଂଧ୍ୟାରେ ଏକ ପାର୍କକୁ ଡାକି ସେଠାରେ ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟବିଚାରପତିଙ୍କ ଝିଅ କଲ୍ଯାଣୀ ସିଂହ ! ହତ୍ୟାକାଣ୍ଡର ତଦନ୍ତ କରୁଥିବା ସିବିଆଇ ହାତରେ ଠୋସ ପ୍ରମାଣ ଲାଗିବା ପରେ କଲ୍ଯାଣୀଙ୍କୁ ଗିରଫ କରାଯାଇଛି ଓ ତାଙ୍କୁ ୪ ଦିନ ପୋଲିସ ହେପାଜତରେ ରଖି ଜେରା କରିବାକୁ ଆଜି କୋର୍ଟ ଅନୁମତି ଦେଇଛନ୍ତି । ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ସିବିଆଇ ପ୍ରଥମେ ୫ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

 

ମିଳିଥିବା ସୂଚନାରୁ ପ୍ରକାଶ ଯେ ସିଦ୍ଧୁ ଓ କଲ୍ଯାଣୀଙ୍କ ମଧ୍ୟରେ ପ୍ରେମର ରୋମାନ୍ସ ଚାଲୁଥିଲା, ମାତ୍ର ବିବାହ ପାଇଁ ମନା କରିଦେବା ପରେ ସେଥିରେ ଭଟ୍ଟା ଆସିଯାଇଥିଲା । ସିଦ୍ଧୁଙ୍କ ପ୍ରତି ପ୍ରତିହିଂସା ପରାୟଣା ହୋଇ ଉଠିଥିଲେ କଲ୍ଯାଣୀ ଓ ସୁଯୋଗ ଖୋଜୁଥିଲେ ପ୍ରତିଶୋଧ ନେବାକୁ। ହତ୍ୟାକାଣ୍ଡର ୨ ଦିନ ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ସିଦ୍ଧୁ କାନାଡ଼ାରୁ ଫେରିଥିଲେ, ସେହିଦିନ ହିଁ କଲ୍ଯାଣୀ ତାଙ୍କୁ ଫୋନ କରି ୨୦ ତାରିଖ ସଂଧ୍ୟାରେ ଚଣ୍ଡିଗଡର ୨୭ ନମ୍ବର ସେକ୍ଟରରେ ଥିବା ଏକ ପାର୍କକୁ ଆସିବାକୁ ଡାକିଥିଲେ, ନିଜ ପୂର୍ବ ପ୍ରେମିକାର କଥାରଖି ପାର୍କକୁ ଆସିଥିଲେ ସିଦ୍ଧୁ – ସେହିଠାରେ ହିଁ ତାଙ୍କ ଉପରେ ୪ ରାଉଣ୍ଡ ଗୁଳିମାଡ କରି ତାଙ୍କୁ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.