ନୂଆ ସଂସଦ ଭବନରେ ଜାତୀୟ ପ୍ରତୀକ ସିଂହମୂର୍ତ୍ତିକୁ ନେଇ ବିବାଦ

ନୂଆ ସଂସଦ ଭବନରେ ଭାରତର ଜାତୀୟ ପ୍ରତୀକ ସିଂହମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାତ୍ର ନୂତନ ଭାବେ ସଂସ୍ଥାପିତ ସିଂହମୂର୍ତ୍ତି ଓ ପୂର୍ବର ସିଂହମୂର୍ତ୍ତି ମଧ୍ୟରେ ବିଭ୍ରାଟକର ବ୍ଯତିକ୍ରମ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳଗୁଡିକ । ପୂର୍ବରୁ ଅଶୋକସ୍ତମ୍ଭରେ ଥିବା ସିଂହଗୁଡିକ ଶାନ୍ତ, ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ୱାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଆକ୍ରାମକ ଓ ଅସଂଗତ ପ୍ରତୀତ ହେଉଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତାମାନେ। ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଟ୍ଵିଟ କରି କହିଛନ୍ତି ଯେ ସତ୍ୟ ମେବ ଜୟତେ, ସିଂହ ମେବ ଜୟତେ ହୋଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମର ଜାତୀୟ ଚିହ୍ନକୁ ଏପରି ଛେଡଛାଡ଼ କରିବା ହେଉଛି ଜାତୀୟ ଅପରାଧ । ମୁନିଆ ଦାନ୍ତ ଦେଖାଉଥିବା ଉଗ୍ରସିଂହକୁ ଲକ୍ଷ୍ୟ କରି ବିଶିଷ୍ଟ ସାମାଜିକ ନେତା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହା ମୋଦିଙ୍କ ଭାରତର କଥା କହୁଛି ! ବିଜେପିକୁ ଟାର୍ଗେଟ କରି ଆପ ନେତା ସଂଜୟ ସିଂ ଏହାକୁ ଦେଶଦ୍ରୋହ ଭାବେ ଅଭିହିତ କରି ଟ୍ଵିଟ କରିଛନ୍ତି। ବିଶିଷ୍ଟ ଐତିହାସିକ ଇର୍ଫାନ ହବିବ ନୂଆ ଅଶୋକସ୍ତମ୍ଭ ସିଂହ ମୂର୍ତ୍ତିଟି ମୂଳ ମୂର୍ତ୍ତି ଠାରୁ ଅଲଗା ବୋଲି କହିଛନ୍ତି ।

Leave A Reply

Your email address will not be published.