ଆଜି ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ କର୍ଣାଟକ ବୁଥକର୍ମୀଙ୍କ ସହ ଆଳାପ ଆଲୋଚନା କରିବା ବେଳେ କଂଗ୍ରେସ ଦଳର ନିର୍ବାଚନ ପ୍ରତିଶ୍ରୁତି ସମ୍ପର୍କରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଦଳର ‘ଓ୍ଵାରେଣ୍ଟି’ ସରିଯାଇଛି, ଏହା କିଛି ‘ଗ୍ଯାରେଣ୍ଟି’ ଦେବା ଅବସ୍ଥାରେ ନାହିଁ !
ଏବେ ଦକ୍ଷିଣ ଭାରତର ଲୋକମାନେ ରାଜନୈତିକ ଦଳଗୁଡିକ ପକ୍ଷରୁ ଦିଆଯାଉଥିବା ମାଗଣା ଉପହାରର ପ୍ରତିଶ୍ରୁତି ବାବଦରେ ସତର୍କ ହୋଇଗଲେଣି ବୋଲି ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ଯେ ଜନକଲ୍ଯାଣରେ ଆଦୌ ଆଗ୍ରହ ରଖୁନଥିବା କେତେକ ଦଳ ପକ୍ଷରୁ ଯେପରି ଭାବେ ମାଗଣା ସଂସ୍କୃତି ଆରମ୍ଭ କରାଯାଉଛି, ତାହା ଠିକ ନୁହେଁ। ସେସବୁ ଦଳ ଜାଣି ରଖିବା ଦରକାର ଯେ ସରକାର ଏମିତି ଚାଲେ ନାହିଁ, ସରକାର କେବଳ ଆଜି ଓ ଆସନ୍ତାକାଲି କଥା ଚିନ୍ତା ନକରି ଆଗାମୀ ପୀଢି କଥା ଚିନ୍ତା କରେ ବୋଲି ସେ କହିଛନ୍ତି।
Prev Post