ରେଳଯାତ୍ରାରେ 5ବର୍ଷରୁ କମ ବୟସର ଶିଶୁମାନଙ୍କ ପାଇଁ ଟିକଟ ଲାଗିବ ବୋଲି ଗଣମାଧ୍ୟମରେ ଯାହା ପ୍ରଚାର କରାଯାଉଛି ତାହାକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି ।
5 ବର୍ଷରୁ କମ ବୟସର ଶିଶୁମାନଙ୍କ ପାଇଁ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ, ସେମାନଙ୍କ ପାଇଁ ମାଗଣା ରେଳଯାତ୍ରା ପୂର୍ବଭଳି ବଳବତ୍ତର ରହିଛି ବୋଲି ପ୍ରକାଶ କରି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ଯେ କେବଳ ଯେଉଁ କ୍ଷେତ୍ରରେ ଶିଶୁକୁ ସାଙ୍ଗରେ ନେଇ ଯାଉଥିବା ତାର ପିତାମାତା ବା ସମ୍ପର୍କୀୟ ତା ପାଇଁ ଏକ ଅଲଗା ବର୍ଥ ଚାହିଁବେ, ସେପରି ସ୍ଥଳେ ଏକ ଟିକଟ କରିବାକୁ ପଡିବ ।