ଗୁଜରାଟ ଶାସନରେ ମୁଖ୍ୟମନ୍ତ୍ରୀ କାଠ ପିତୁଳା : ଚିଦାମ୍ବରମ

ବିଜେପିକୁ ପୁଣି କଟାକ୍ଷ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ପି ଚିଦମ୍ବରମ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ଏବଂ ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି, ଏସବୁ ତଦନ୍ତକାରୀ ସଂସ୍ଥା ଦ୍ବାରା ୯୫ ପ୍ରତିଶତ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଇଛି।

ମୋର୍ବି ପୋଲ ଦୁର୍ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚିଦାମ୍ବରମ କହିଛନ୍ତି ଯେ ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାକୁ ନେଇ କେହି କ୍ଷମା ନମାଗିବା ଓ ଇସ୍ତଫା ନଦେବା ଖୁବ୍‌ ଆଶ୍ଚର୍ଯ୍ୟଜନକ।

ଗୁଜରାଟରେ ବିଜେପି ସରକାରକୁ ବଦଳାଇ ଦେବାକୁ ଆହ୍ଵାନ ଦେଇ ସେ କହିଛନ୍ତି ଯେ ଗୁଜରାଟରେ ଶାସନ ଦିଲ୍ଲୀରୁ ପରିଚାଳିତ ହେଉଛି – ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର କିଛି ଭୂମିକା ନାହିଁ, ସେ କେବଳ ଏକ କାଠ ପିତୁଳା !

Leave A Reply

Your email address will not be published.