ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବୟାନ ଦେବା ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ପବନ ଖେଡାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେବାକୁ ଯାଉଛି ପୋଲିସ।
ଆସାମରେ ପ୍ରଧାନମନ୍ତ୍ରୀଙ୍କ ନାମ କହୁ କହୁ ଭୂଲରେ ନରେନ୍ଦ୍ର ଗୌତମ ଦାସ ମୋଦି ବୋଲି କହିଦେଇଥିଲେ ଶ୍ରୀ ଖେଡା, ପରେ ଅବଶ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ଠିକ ନାମ କହିଥିଲେ, ମାତ୍ର ବିଜେପି ପକ୍ଷରୁ ଏହାକୁ ତାଙ୍କ ପିତାଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଅପମାନ ବୋଲି ଅଭିଯୋଗ କରାଯାଇ ଥାନାରେ ମାମଲା ଦାୟର ହୋଇଥିଲା। ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଆସାମ ପୋଲିସ ଫେବୃଆରୀ ୨୩ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚି ଯାଇଥିଲା ଓ ଖେଡାଙ୍କୁ ବିମାନରେ ଯିବାକୁ ଅନୁମତି ଦେଇନଥିଲା। ସେହି ସମୟରେ ପୁରା କଂଗ୍ରେସ ଦଳ ପବନଙ୍କ ସହିତ ଛିଡା ହୋଇଥିଲା ଓ ତୁରନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଏହା ପରେ ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା।
ଏବେ ପୋଲିସ ସେହି ମାମଲାରେ ପବନ ଖେଡାଙ୍କୁ ଦୋଷୀ ବୋଲି କହି ଗତ ସୋମବାର ଦିନ ଚାର୍ଜସିଟ ଦାଖଲ କରିଛି।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେବଳ ପ୍ରଧାନମନ୍ତ୍ରୀ ସବୁଠାରେ ସବୁକଥା କହିପାରିବେ – କଂଗ୍ରେସ ଦଳର ବିଧବା, ଜର୍ସିଗାଈ, ବାର ଗାର୍ଲ, ସୂର୍ପନଖା ଇତ୍ୟାଦି କହିପାରିବେ ଓ ସଭାରେ ଦିଦି ଓଓ ଦିଦି ବି ଗାଇପାରିବେ; ହେଲେ ବିରୋଧୀ ଦଳର କୌଣସି ନେତା କେହି କିଛି କହିପାରିବେ ନାହିଁ !!
ଏହା କିପରି ଗଣତନ୍ତ୍ର ବୋଲି ପ୍ରଶ୍ନ କରିଛି କଂଗ୍ରେସ।
Next Post