ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂ ଆଜି ବିଜେପିରେ ଯୋଗଦେଇଛନ୍ତି, ତାଙ୍କ ଦ୍ବାରା ଗଢାଯାଇଥିବା ପଞ୍ଜାବ ଲୋକ କଂଗ୍ରେସ ଦଳ ଭାରତୀୟ ଜନତା ପାର୍ଟିରେ ବିଲୀନ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ପଦରୁ ବିଦାହେଲା ପରେ, ୨୦୨୧ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇ ସେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆଦଳ ଗଢିଥିଲେ ଓ ବିଜେପି ସହ ମେଣ୍ଟକରି ବିଧାନସଭା ନିର୍ବାଚନ ଲଢିଥିଲେ, ମାତ୍ର ଲଢେଇରେ ଗୋଟିଏ ବି ଆସନରେ ବିଜୟ ହାସଲ କରି ପାରିନଥିଲା ତାଙ୍କ ଦଳ।
ମୁଖ୍ୟମନ୍ତ୍ରୀ ପଦରେ ଥାଇ କ୍ଯାପଟେନ ସିଂ ବିଜେପି ସହ ଭିତିରିଆ ଗୋପନ ସମ୍ପର୍କ ରଖିଥିବା ବାବଦରେ ପୂର୍ବରୁ କଂଗ୍ରେସ ପକ୍ଷରୁ କରାଯାଇଥିବା ଆକ୍ଷେପ ଆଜି ସତ୍ୟ ସାବ୍ୟସ୍ତ ହୋଇଛି।
ଅମରିନ୍ଦରଙ୍କ ସହ ତାଙ୍କ ପୁତ୍ର ରଣିନ୍ଦର ସିଂ, କନ୍ୟା ଜୟ ଇନ୍ଦର କାଉର ଓ କିଛି ସମର୍ଥକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ସାମିଲ ହେବା ପୂର୍ବରୁ ଗତ ୧୨ ତାରିଖ ଦିନ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।