ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବାପାଇଁ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କର ଜୋରଦାର ଆହ୍ୱାନ । ସେ କହିଛନ୍ତି ଯେ ମତୁଆ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ନାଗରିକତା ପ୍ରଦାନ କରାଯିବ। ଏ ବିଷୟରେ ଅନେକଥର ଆଲୋଚନା ହେଇସାରିଛି ଏବଂ ରାଜ୍ୟବାସୀ ଏଥିରେ ଏକମତ ଅଛନ୍ତି । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ରୁ ଆସିଥିବା ହିନ୍ଦୁ, ଶିଖ, ପାର୍ସୀ, ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟର ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରିବେ କେନ୍ଦ୍ର ସରକାର ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସାହସ ଥିଲେ ଏହାକୁ ଅଟକାଇ ଦେଖାନ୍ତୁ । ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୩୦ ଲକ୍ଷ ମତୁଆ ସମ୍ପ୍ରଦାୟ ଲୋକ ଅଛନ୍ତି। ୫୦ଟି ବିଧାନସଭା ଏବଂ୫ଟି ଲୋକସଭା ଆସନରେ ଏମାନଙ୍କର ପ୍ରଭାବ ରହିଛି ।