ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ଲୋକସଭା ଏବଂ ରାଜ୍ୟସଭା କାର୍ଯ୍ୟ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଲୋକସଭା ଏବଂ ରାଜ୍ୟସଭା ଆଜି ସକାଳ ୧୧ ପର୍ଯ୍ୟନ୍ତ ଚାଲିପାରିନଥିଲା। ତେଣୁ ଗୃହକୁ ମୁଲତବି ରଖାଯାଇଥିଲା। ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଏବଂ ଅପରାହ୍ନ ୨.୩୦ ମିନିଟ୍‌ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବି ରଖାଯାଇଥିଲା।

ସରକାରକୁ ଘେରିବା ପାଇଁ ବିରୋଧୀ ଦଳର ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ୍‌ଗେ ଏକ ବୈଠକ ଡାକିଥିଲେ। ଆଦାନୀ ଗୋଷ୍ଠୀ ସହ ଜଡ଼ିତ ହିଣ୍ଡେନବର୍ଗର ରିପୋର୍ଟ ଏବଂ କମ୍ପାନୀର ସେୟାରରେ ହ୍ରାସ ଯୋଗୁ ବିରୋଧୀ ଦଳମାନେ ହଙ୍ଗମା କରିଥିଲେ। ଏହା ସହିତ ସୀମାରେ ଚୀନ୍‌ର ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇ ହଙ୍ଗମା କରିଥିଲେ। କଂଗ୍ରେସର ଅନେକ ରାଜ୍ୟସଭା ସଦସ୍ୟ ଆଦାନୀ ଗୋଷ୍ଠୀ ବିରୋଧରେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରିବାକୁ ଗୃହରେ ଦାବି କରାଯାଇଥିଲା।

ରାଜ୍ୟସଭା ସଦସ୍ୟ ପ୍ରମୋଦ ତିଓ୍ଵାରୀ, ସୟଦ ନାଶିର ହୁସେନ, କୁମାର କେତକର, ଅମି ୟାଗନିକ୍‌ ଏବଂ ନୀରଜ ଡାଙ୍ଗି ନିୟମ ୨୬୭ ଅନୁଯାୟୀ ପ୍ରଶ୍ନକାଳ ଏବଂ ଅନ୍ୟାନ୍ୟ ବିଧାନସଭା କାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି କରିଥିଲେ।

ବିଜ୍ଞପ୍ତିରେ କୁହାଯାଇଛି ଯେ ବଜାରରେ ପୁଞ୍ଜି ହରାଇଥିବା କମ୍ପାନୀଗୁଡିକରେ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏଲଆଇସି), ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ପୁଞ୍ଜି ବିନିଯୋଗ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ।

ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଏବଂ ଏହାର ଯାଞ୍ଚ କରିବା ପାଇଁ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ବିରୋଧୀ ଦାବି କରିଥିଲେ ଏବଂ ଗୃହରେ ହଙ୍ଗମା କରିଥିଲେ। ସେଥିପାଇଁ ବାଚସ୍ପତିଙ୍କୁ ଗୃହ ଚଳାଇବା ସମ୍ଭବ ହୋଇପାରିନଥିଲା। ତେଣୁ ୨ଟା ପରଠାରୁ ଗୃହକୁ ପୂରା ଦିନ ପାଇଁ ମୁଲତବି ରଖାଯାଇଛି।

Leave A Reply

Your email address will not be published.