ବିଜେପିରୁ ନିଲମ୍ବିତ ହେଲେ ନୁପୁର ଶର୍ମା

ନୁପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି ଭାରତୀୟ ଜନତା ପାର୍ଟି । ମହମ୍ମଦ ପେଗମ୍ବରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । ଏହାପୂର୍ବରୁ ରବିବାର ଦିନ ଦଳ ପକ୍ଷରୁ କୁହାଯାଇଥିଲା ଯେ ଦଳ ସମସ୍ତ ଧର୍ମକୁ ସମ୍ମାନ କରେ ଏବଂ କୌଣସି ଧର୍ମର ସମ୍ମାନିତ ଲୋକଙ୍କ ପ୍ରତି ଅପମାନ ଗ୍ରହଣ କରେ ନାହିଁ। ଏହି ପରିପ୍ରେକ୍ଷୀରେ ଦଳ ଦିଲ୍ଲୀ ବିଜେପିର ଦାୟିତ୍ୱରେ ଥିବା ଗଣମାଧ୍ୟମ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ନିଲମ୍ବିତ କରିଛି।

ନୁପୁର ଶର୍ମାଙ୍କ ଉପରେ ଆରୋପ ଥିଲା ଯେ ସେ ଜ୍ଞାନବ୍ୟାପୀ ମସଜିଦ ବିବାଦ ଉପରେ ଏକ ଟିଭି ବିତର୍କ ସମୟରେ କହିଥିଲେ ଯେ ଇସଲାମ ଧର୍ମ ପୁସ୍ତକରେ ଥିବା କିଛି ଜିନିଷ ଉପରେ ଲୋକମାନେ ଉପହାସ କରିପାରିବେ। ସେ କହିଥିଲେ ଯେ ମୁସଲମାନମାନେ, ହିନ୍ଦୁ ଧର୍ମକୁ ପରିହାସ କରୁଛନ୍ତି ଏବଂ ଜ୍ଞାନବ୍ୟାପୀ ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗ ଏକ ଝରଣା ବୋଲି ଦାବି କରୁଛନ୍ତି। ଏହି ଘଟଣାକୁ ନେଇ ହାଇଦ୍ରାବାଦ, ପୁଣେ ଏବଂ ମୁମ୍ବାଇରେ ଧାର୍ମିକ ଭାବନାକୁ ଆଘାତ କରିବାକୁ ନେଇ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.