ବିଜେପି ତାନାସାହିର ସ୍ପର୍ଦ୍ଧା ସବୁ ସୀମା ଲଂଘନ କରିବାରେ ଲାଗିଛି। ଆଗରୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଥିଲେ ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡ ଛତିଶଗଡ଼ରେ ସରକାର ଭଙ୍ଗିବୁ, ବଙ୍ଗଳାରେ ବି ଟିଏମସି ସରକାରକୁ ୫ ବର୍ଷ ପୂରଣ କରିବାକୁ ଦିଆଯିବ ନାହିଁ !
ଆଜି ସେହି ସମାନ ପ୍ରକାର କଥା କହିଛନ୍ତି ବିଜେପିର ତାମିଲନାଡୁ ରାଜ୍ୟ ସଭାପତି କେ,ଆନ୍ନାମଲାଇ ! ଦିଏମକେକୁ ଚେତାବନୀ ଦେଇ ସେ କହିଛନ୍ତି ଯେ ସଂଖ୍ୟା ଗରିଷ୍ଠତାର ବହୁ ପଛରେ ଥିଲେ ବି ତାମିଲନାଡୁରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ, ରାଜ୍ୟରେ ବିଜେପି ସରକାର ଗଢିବ ।
ଭାଲ୍ଲୁଭର କୋଟମ ଠାରେ ଏକ ଜନସଭାକୁ ଉଦବୋଧନ ଦେଇ ଆନ୍ନାମଲାଇ କହିଥିଲେ କି ଅଢେଇ ବର୍ଷ ପରେ ଶିବସେନାର ଏକନାଥ ସିନ୍ଦେ ନିଜ ନେତା ଉଦ୍ଧବ ଥାକରେଙ୍କ ବିରୋଧରେ ଯେମିତି ବିଦ୍ରୋହ କରି ବିଜୟୀ ହୋଇଛନ୍ତି, ସେମିତି ଘଟଣା ଏଠି ଆମ ରାଜ୍ୟରେ ମଧ୍ୟ ଘଟିବ !