ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫ ପରେ ବିଜେପି ବରିଷ୍ଠ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବାକୁ ବିଜେପି ଯୋଜନା କରୁଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ସିସୋଡିଆ ଏବଂ ଜୈନଙ୍କ ବିରୋଧରେ ଅଭିଯୋଗ କରି ଦୁର୍ନୀତି ନିବାରଣ ଶାଖା ବା ଇଡି ପକ୍ଷରୁ ବିଜେପି ନେତା ହରିଶ ଖୁରାନା ଏବଂ ନୀଳକଣ୍ଠ ବକ୍ସିଙ୍କ ନିକଟକୁ ପଠାଯାଇଥିବା ଚିଠିର ଏକ ନକଲ ସେୟାର କରିଛି ଆମ ଆଦମୀ ପାର୍ଟି। ଦିଲ୍ଲୀର ଶ୍ରେଣୀଗୃହ ନିର୍ମାଣ ପାଇଁ ସିସୋଡିଆ ଓ ଜୈନ ଏବଂ ଅନ୍ୟମାନେ 2000 କୋଟି ଟଙ୍କାର ବଡ଼ ଧରଣର ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଖୁରାନା ଏବଂ ବକ୍ସି ଦିଲ୍ଲୀ ଏସିବି (Anti Corruption Beuro) ନିକଟରେ ଅଭିଯୋଗ କରିଥିଲେ। ଏସିବି ମେ 23, 2022 ର ଚିଠିରେ ଖୁରାନା ଏବଂ ବକ୍ସିଙ୍କୁ ସେମାନଙ୍କ ଅଭିଯୋଗ ସମ୍ବନ୍ଧରେ ଦଲିଲ ପ୍ରଦାନ କରିବାକୁ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କ ପରେ କେନ୍ଦ୍ରୀୟ ଏଜେନ୍ସି ମନୀଷ ସିସୋଡିଆଙ୍କୁ ଏକ ନକଲି ମାମଲା ଦାୟର କରି ଗିରଫ କରିବାକୁ ଚାହୁଁଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏକାଥରକେ ସମସ୍ତ ଆପର ନେତା ମାନଙ୍କୁ ଗିରଫ କରି ଜେଲରେ ପୁରାଇ କେନ୍ଦ୍ରୀୟ ଏଜେନ୍ସିକୁ ଯାଞ୍ଚ କରିବାକୁ କୁହନ୍ତୁ । ଜଣ ଜଣ କରି ଗିରଫ କରୁଥିବା ହେତୁ ଜନସାଧାରଣଙ୍କ କାମରେ ବାଧା ସୃଷ୍ଟି ହେଉଛି ।
PROOF‼️
After @SatyendarJain, BJP is now planning to arrest Delhi’s Education Minister @msisodia in a FAKE Case.
PM Modi, why don’t you arrest all AAP leaders at once & finish all your investigations so that we can focus on working for the people? pic.twitter.com/oaiy2GXS9L
— AAP (@AamAadmiParty) June 2, 2022