ନାବାଳିକାଙ୍କ ସହ ଦୁଷ୍କର୍ମର ଫଟୋ ଓ ଭିଡିଓ ଶେୟାର କରି ଫସିଲେ ବିଜେପି ବିଧାୟକ

ଗତମାସ 28 ତାରିଖ ଦିନ ହାଇଦ୍ରାବାଦରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ଫଟୋ ଓ ଭିଡିଓ ସେୟାର କରି ବିଜେପି ବିଧାୟକ ଏମ ରଘୁନନ୍ଦନ ରାଓ ଫସି ଯାଇଛନ୍ତି୍, ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି।

ବିଜେପି ବିଧାୟକ ଏମ ରଘୁନନ୍ଦନ ରାଓ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ଫଟୋ ଓ ଭିଡିଓ ଶେୟାର କରି ତାଙ୍କ ପରିଚୟ ସାର୍ବଜନୀନ କରିଥିବାରୁ ଏଥିପାଇଁ ଭାରତୀୟ ପିଙ୍ଗଳ କୋର୍ଡର ୨୨୮-ଏ ଧାରା ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଦୁଇଦିନ ତଳେ ଶ୍ରୀ ରାଓ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଆସାଉଦ୍ଦୀନ ଓବେଶୀଙ୍କ ଏଆଇଏମଆଇଏମ ଦଳର ଜଣେ ବିଧାୟକଙ୍କ ପୁଅ ସାମିଲ ଅଛନ୍ତି, ଏନେଇ ତାଙ୍କ ପାଖରେ ଅନେକ ପ୍ରମାଣ ଥିବା ଶ୍ରୀ ରାଓ ଦାବି କରିଥିଲେ। ଏହାପରେ ସେ ନାବାଳିକା ପୀଡ଼ିତାଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରି ଦେଇଥିଲେ।

ସୂଚନାଯୋଗ୍ୟ, ୧୭ ବର୍ଷୀୟା ଝିଅ ଜଣକ ହାଇଦ୍ରାବାଦରେ ଦିନବେଳା ଆୟୋଜିତ ହେଉଥିବା ଏକ ପବ୍ ପାର୍ଟିକୁ ଯାଇଥିଲେ।

ସେଠାରୁ ଅଭିଯୁକ୍ତମାନେ ତାଙ୍କୁ ଘରେ ଛାଡ଼ି ଦେବାକୁ କହି ଗାଡ଼ିରେ ବସାଇ ଅନ୍ୟଏକ ସ୍ଥାନକୁ ନେଇ ତାଙ୍କସହ ଗଣଦୁଷ୍କର୍ମ କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଚିହ୍ନଟ କରି ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି।

Leave A Reply

Your email address will not be published.