ବିଜେପି ନେତା ପାଗଳ : ସ୍ତ୍ରୀକୁ ମାରି ନିଜେ କଲେ ଆତ୍ମହତ୍ୟା

ବିହାର ମୁଙ୍ଗେରରେ ମେୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଦଳ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଦଳର ଜିଲ୍ଲା ଓବିସି ସେଲ ଉପାଧ୍ୟକ୍ଷଙ୍କ ପତ୍ନୀ ପ୍ରୀତି କୁମାରୀଙ୍କୁ ତାଙ୍କ ସ୍ଵାମୀ ନିଜେ ଗୁଳିମାରି ହତ୍ୟା କରିବା ପରେ ନିଜକୁ ନିଜେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଏପରି ପାଗଳ ବିଜେପି ନେତା ହେଉଛନ୍ତି ଅରୁଣ ଯାଦବ। ଘର ଭିତରୁ ଗୁଳିମାଡ଼ ଶବ୍ଦ ଶୁଣି ପଡୋଶୀମାନେ ଆସି ଦୁହିଁଙ୍କର ରକ୍ତ ଜୁଡୁବୁଡୁ ଶରୀର ଚଟାଣ ଉପରେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।

ଏହି ହତ୍ୟା ଓ ଆତ୍ମହତ୍ୟାର କାରଣ ଯେତିକି ରହସ୍ୟମୟ, ସେତିକି ଦୁଃଖଦାୟକ ! ଶାରୀରିକ ଅସୁସ୍ଥତା ହେତୁ ନିର୍ବାଚନ ପ୍ରଚାରରେ ଯିବାପାଇଁ ମନା କରିଦେବାରୁ ରାଗରେ ଅନ୍ଧାହୋଇ ଶ୍ରୀ ଯାଦବ ସ୍ତ୍ରୀ ପ୍ରୀତିକୁମାରୀଙ୍କୁ ନିଜ ରିଭଲଭରରୁ ଗୁଳିମାରି ହତ୍ୟାକରି ଦେଇଥିଲେ, ପରେ ପରେ ନିଜେ ଆତ୍ମହତ୍ୟା କରିଥିଲେ ବୋଲି ପୋଲସ ସୁତ୍ରରୁ ଜାଣିବାକୁ ମିଳିଛି।

Leave A Reply

Your email address will not be published.