ଆଆପକୁ ଭାଙ୍ଗିବାକୁ ବିଜେପି ଲଗାଉଛି କଳବଳକୌଶଳ

ଆଆପକୁ ଭାଙ୍ଗି ଦିଲ୍ଲୀରେ ସରକାରର ପତନ ଘଟାଇବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରି ଦେଇଛି ବୋଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଧାୟକମାନଙ୍କୁ ଭୟଭୀତ କରାଯାଉଛି ଓ ଦଳର ଯୋଗାଯୋଗରେ ନରହିବାକୁ ଧମକ ଦିଆଯାଉଛି ।

ଗତକାଲି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ଗୁରୁତର ଅଭିଯୋଗ କରି କହିଛନ୍ତି ଯେ ସେମାନେ ଆମ ବିଧାୟକଙ୍କୁ ଭେଟିବାକୁ ଆସି ଧମକ ଦେଇଛନ୍ତି ଯେ କେଜେରିଓ୍ଵାଲଙ୍କ ସାଙ୍ଗରେ ରହିଲେ ମନୀଷ ସିସୋଡିଆ ଭଳି ନକଲି ମାମଲା ଦାଖଲ କରାଯିବ।

ସରକାର ଭାଙ୍ଗିବା ପାଇଁ ବିଜେପିର ଏପରି ହାମଲାକୁ ନିନ୍ଦାକରି ଶ୍ରୀ ସିଂହ କହିଛନ୍ତି ଯେ ମନୀଷ ସିସୋଡିଆଙ୍କ କ୍ଷେତ୍ରରେ ବିଜେପିର କାରସାଦି ଫେଲ ମାରିବା ପରେ ବର୍ତ୍ତମାନ ବିଧାୟକମାନଙ୍କୁ ଭାଙ୍ଗିବା ପାଇଁ ୨୦/୨୫ କୋଟିର ପ୍ରଲୋଭନ ଓ ଧମକ ଦିଆଯାଉଛି।

ବିଜେପି ଦ୍ଵାରା ସୃଷ୍ଟି କରାଯାଉଥିବା ଅନୈତିକ ହାମଲା ଓ ରାଜନୈତିକ ଖେଳ ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତା କାଲି ଦିନ ୧୧ ସମୟରେ ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ଡକା ଯାଇଛି।

Leave A Reply

Your email address will not be published.