୧୫ ରାଜ୍ୟରେ ବିଜେପିର ନୂଆ ପ୍ରଭାରୀ

 

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୫ଟି ରାଜ୍ୟ ପାଇଁ ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି।

ଓଡ଼ିଶାରରେ ଶ୍ରୀମତୀ ପୁରେନ୍ଦେଶ୍ଵରୀ ଦଳରେ ପ୍ରଭାରୀ ଥିଲେ ମଧ୍ୟ ସୁନୀଲ ବଂସଲଙ୍କୁ

ବିଜୟ-ଯୋଜନା ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଛି। ସେହିପରି ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ଦାୟିତ୍ୱରେ ଦଳୀୟ ପ୍ରଭାରୀ ଓ ସହପ୍ରଭାରୀ ଥିବା ସତ୍ତ୍ୱେ ସମ୍ବିତ ପାତ୍ରଙ୍କୁ ଗୋଟିଚାଳନା ଦାୟିତ୍ୱ ଦିଆଯାଇଛି ।

ବିହାର ପାଇଁ ପ୍ରଭାରୀ ଓ ସହପ୍ରଭାରୀ ଭାବେ ଯଥାକ୍ରମେ ବିନୋଦ ତାଓଡ଼େ ଓ ହରିଶ ଦ୍ୱିବେଦୀ, ଛତିଶଗଡ଼ ପାଇଁ ଓମ ମାଥୁର ଓ ନୀତିଶ ନବୀନ, ପଞ୍ଜାବ ପାଇଁ ବିଜୟଭାଇ ରୁପାନୀ ଓ ଡ. ନରିନ୍ଦର ସିଂହ ରୈନା, ତେଲେଙ୍ଗାନା ପାଇଁ ତରୁଣ ଛୁଗ ଓ ଅରବିନ୍ଦ ମେନନ, ରାଜସ୍ଥାନ ପାଇଁ ଅରୁଣ ସିଂହ ଓ ବିଜୟ ରାହାତକାର, କେରଳ ପାଇଁ ପ୍ରକାଶ ଜାଭଡ଼େକର ଓ ଡ. ରାଧା ମୋହନ ଅଗରୱାଲଙ୍କୁ ନିୟୋଜିତ କରାଯାଇଛି।

ଚଣ୍ଡିଗଡ ପାଇଁ ବିଜୟଭାଇ ରୁପାନି, ଦାଦ୍ରା ଓ ନଗର ହାବେଳି ପାଇଁ ବିନୋଦ ସୋଙ୍କାର, ହରିଆଣା ପାଇଁ ବିପ୍ଲବ କୁମାର ଦେବ, ତ୍ରିପୁରା ପାଇଁ ଡ. ମହେଶ ଶର୍ମା, ଝାରଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପାୟୀ ଓ ଲାକ୍ଷାଦ୍ୱୀପ ପାଇଁ ରାଧା ମୋହନ ଅଗରୱାଲଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ପଶ୍ଚିମ ବଙ୍ଗ ଓ ମଧ୍ୟ ପ୍ରଦେଶ ପାଇଁ ଜଣେ ଲେଖାଏଁ ପ୍ରଭାରୀ ଓ ଦୁଇଜଣ ଲେଖାଏଁ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.