ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏକ ବଡ ବୟାନ ଦେଇ କହିଛନ୍ତି ଯେ ବିଜେପିରେ ଅନେକ ନେତା ଅଛନ୍ତି ଯାହାଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ବିଭାଗ ଚଢ଼ାଉ କରିପାରିବ, ହେଲେ ସରକାର ଦଳୀୟ ନେତାଙ୍କ ଉପରେ ଚଢାଉ ହେବାକୁ ଦେଉ ନାହାଁନ୍ତି।
ସେ କହିଛନ୍ତି ଯେ ଯଦି ସେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରିଥାଆନ୍ତେ, ତେବେ ତାଙ୍କୁ ଉପରାଷ୍ଟ୍ରପତି କରା ଯାଇଥାଆନ୍ତା, ଏନେଇ ତାଙ୍କୁ ସୂଚିତ କରାଯାଇଥିଲା ବୋଲି ରାଜସ୍ଥାନର ଝୁଞ୍ଜୁନୁ ସହରରେ ସେ ଗଣମାଧ୍ୟମକୁ କହିଛନ୍ତି।
କିନ୍ତୁ ସେ ଏପରି କରିପାରିବେ ନାହିଁ ଓ ସତ କଥା କହି ଯଦି କିଛି ହରାଇବାକୁ ପଡେ ତେବେ ସେଥିପାଇଁ ସେ ପ୍ରସ୍ତୁତ ବୋଲି କହିଥିଲେ !
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ମଲ୍ଲିକ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ, ସେ ଭଲ କାମ କରୁଛନ୍ତି ବୋଲି କହିଥିଲେ ମେଘାଳୟର ରାଜ୍ୟପାଳ ଶ୍ରୀ ମଲ୍ଲିକ।