ଆଆପ୍ ପଛରେ ପଡିଛି ବିଜେପି

ଦିଲ୍ଲୀର ଆଆପ ସରକାର ବିରୋଧରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ମାମଲା ଖୋଳି ବାହାର କରୁଛି ମୋଦିଙ୍କ ବିଜେପି ସରକାର।

ଅବକାରୀ ନୀତିକୁ ନେଇ ସିବିଆଇ, ଇଡି ନିଜର ଜେରା ସାରିବା ପରେ ଏବେ କେନ୍ଦ୍ରର ବଳଶାଳୀ ଶାସକ ସାମ୍ନାକୁ ଆଣିଛି ସିଏନ୍‌ଜି ବସ୍‌ କିଣା ଦୁର୍ନୀତି।

ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାମଧ୍ୟରେ ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ କରିବାକୁ ଆଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ସେଠାରେ ବି ତାଙ୍କୁ ବିବାଦ ଘେରରେ ଛନ୍ଦିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି।

ଅହମ୍ମଦାବାଦସ୍ଥିତ ଆଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୋଲିସ, ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଆଆପ୍‌ ନେତା ଇସୁଦାନ ଗାଡବୀ, ଆପ୍‌ କାର୍ଯ୍ୟାଳୟରେ ଗୁଜରାଟ ପୋଲିସ୍‌ ୨ ଘଣ୍ଟା ଧରି ଚଢ଼ାଉ ହୋଇଥିବା ବେଳେ ପୋଲିସ କିଛି ପାଇନାହିଁ ବୋଲି କହିଛନ୍ତି ଶ୍ରୀ ଗାଡବୀ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କେଜେରିଓ୍ଵାଲ ଟ୍ଵିଟ କରି କହିଛନ୍ତି ଯେ ଆପ୍‌ ସପକ୍ଷରେ ଗୁଜୁରାଟରେ ଏକ ଝଡ଼ ସୃଷ୍ଟି ହୋଇଛି, ତାହା ହିଁ ବିଜେପିକୁ ବ୍ଯତିବ୍ଯସ୍ତ କରି ପକାଉଛି ସେଥିପାଇଁ ଗୋଡାଇ ଗୋଡାଇ ଆଆପ୍ ପଛରେ ପଡିଛି ଏହି ଦଳ। ସେ କହିଛନ୍ତି ଯେ ଆଗରୁ ବାରମ୍ବାର ଦିଲ୍ଲୀରେ ଚଢ଼ାଉ ହୋଇଛି, ମାତ୍ର କିଛି ମିଳିନାହିଁ – ଗୁଜରାଟରେ ମଧ୍ୟ କିଛି ମିଳିବ ନାହିଁ !

Leave A Reply

Your email address will not be published.