ବିଜେପିର ୩ ଜୋଇଁ : ତେଜସ୍ଵୀ ଯାଦବ

ବିହାର ବିଧାନସଭାରେ ଫ୍ଲୋରଟେଷ୍ଟ ଆରମ୍ଭ ହୋଇଯାଇଛି। ବିତର୍କରେ ଭାଗନେଇ ଉପମୁଖ୍ଯମନ୍ତ୍ରୀ ତେଜସ୍ଵୀ ଯାଦବ ତାତ୍ସଲ୍ଯ କରି କହିଛନ୍ତି ଯେ ବିଜେପିର ଅଛନ୍ତି ୩ ଜ୍ଵାଇଁ – ସିବିଆଆଇ ଇଡି ଇନକମଟ୍ଯାକ୍ସ ! ଯେଉଁମାନେ ବିଜେପି ସାମ୍ନାରେ ମୁଣ୍ଡ ନୋଇଁବେ ନାହିଁ ବା ବିକ୍ରି ହେବେ ନାହିଁ, ସେମାନଙ୍କ ପଛରେ ଏହି ଜ୍ଵାଇଁ ମାନଙ୍କୁ ଲଗାଇ ଦିଆଯିବ ବୋଲି ସେ କହିଛନ୍ତି।

ବିହାରରେ ମୁସଲମାନମାନଙ୍କ ନାଗରିକ ଅଧିକାର ପ୍ରସଙ୍ଗରେ ତେଜସ୍ଵୀ କହିଲେ ଯେ ରାଜ୍ୟରେ ଲାଲୁ ପ୍ରସାଦ ଓ ନୀତିଶ କୁମାର ଥିବାଯାଏ କେହି ଏଠାରେ ମୁସଲମାନମାନଙ୍କୁ ସେମାନଙ୍କ ନାଗରିକ ଅଧିକାରରୁ ବଞ୍ଚିତ କରି ପାରିବେ ନାହିଁ ।

Leave A Reply

Your email address will not be published.