ସାରା ବିଶ୍ୱରେ ଏବେ କରୋନା ମାମଲା ପୁଣିଥରେ ବଢିବାରେ ଲାଗିଛି କହି ବିଜେପି ରାଜସ୍ଥାନରେ ଚାଲିଥିବା ଦଳର ‘ଜନ ଆକ୍ରୋଶ ଯାତ୍ରା’କୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ଡିସେମ୍ବର ୨ରୁ ୭୫ ହଜାର କିଲୋମିଟର ପଦଯାତ୍ରା ଆରମ୍ଭ କରିଥିଲା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏହି ଯାତ୍ରାର ଅୟମାରମ୍ଭ କରିଥିଲେ। ଦଳର ସାଧାରଣ ସମ୍ପାଦକ ତଥା ରାଜସ୍ଥାନର ପ୍ରଭାରୀ ଅରୁଣ ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକ୍ରମ ଅପେକ୍ଷା ଜନସାଧାରଣଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ – ଭାରତ ଯୋଡୋ ଯାତ୍ରାରେ କୋଭିଡ ଗାଇଡଲାଇନ୍ ପାଳନ କରାନଗଲେ, ସଂକ୍ରମଣ ଅଧିକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଭାରତ ଯୋଡୋ ଯାତ୍ରାର ସଫଳତାରେ ଭୟଭୀତ ହୋଇ ପଡିଥିବା ବିଜେପିର ଏହା ‘ଆମେ ବନ୍ଦ କଲୁ, ତୁମେ ବନ୍ଦ କର’ ଯୋଜନା ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି।