ତ୍ରିପୁରା ବିଧାନସଭା ନିର୍ବାଚନ : ୪୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଆସନ୍ତା ଫେବୃଆରୀ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଜାରି କରିଛି ବିଜେପି, ଗତକାଲି ଦଳର କେନ୍ଦ୍ରୀୟ ମନୋନୟନ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବା ପରେ ଆଜି ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩ ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ଶାହ ବିଜେପି ପକ୍ଷରୁ ବରଦୋୱାଲୀରୁ ନିର୍ବାଚନ ଲଢ଼ିବେ। ଅବଶିଷ୍ଟ ୧୨ ଜଣ ପ୍ରାର୍ଥୀଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହେବ ବୋଲି ବିଜେପି କହିଛି। ବିପ୍ଳବଙ୍କ ବନମାଳିପୁର ଆସନରୁ ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚନ ଲଢ଼ିବେ। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ଧନପୁର ଆସନରୁ ପ୍ରାର୍ଥୀ କରାଯାଇଛି। ତ୍ରିପୁରା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଦୁଇ ମସ୍‌ଲିମ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ବକ୍ସର ନଗରରୁ ତଫ୍ଫଜଲ ହୁସେନ ଓ କୈଲାସହରରୁ ମୋହମ୍ମଦ ମୋବେଶର ନିର୍ବାଚନ ଲଢିବେ। କଂଗ୍ରେସ ପକ୍ଷରୁ ୧୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

Leave A Reply

Your email address will not be published.