ରାଜଭବନରେ ଉନ୍ମୋଚିତ ହେଲା ବୀଣାପାଣିଙ୍କ ପୁସ୍ତକ

ବୀଣାପାଣି ଚୌଧୁରୀଙ୍କ ରଚିତ  ‘ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ’ ପୁସ୍ତଳକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି ।

ନିଜ ପିତା କେନ୍ଦ୍ରାପଡା ଜିଲ୍ଲା ଓସ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଫକୀର ଚରଣ ଖଟୁଆଙ୍କ ଉତ୍ସର୍ଗୀକୃତ ଜନସେବା ତାଙ୍କୁ ପ୍ରଭାବିତ କରିଥିବା କଥା ଲେଖିକା ଶ୍ରୀମତୀ ଚୌଧୁରୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ସାହିତ୍ୟ ସାଧନା ଜୀବନରେ ଆତ୍ମିକ ଉତ୍ତରଣକୁ କ୍ରିୟାଶୀଳ କରିଥାଏ ବୋଲି ପ୍ରଫେସର ଲାଲ କହିଥିଲେ।

ଏହି ଅବସରରେ ଶ୍ରୀମତୀ ଚୌଧୁରୀ ରାଜ୍ୟପାଳଙ୍କୁ ଏକ ଚାରାଗଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.