ବାଇକକୁ ପିଟିଲା କାର : ୧ ମୃତ ୧ ଗୁରୁତର

ଦେବଗଡ଼ ସଦର ଥାନା କୁରଡ଼ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଦେବଗଡ ପୌରାଞ୍ଚଳ ପୁରୁଣାଗଡର ଚନ୍ଦ୍ରଶେଖର ସାହୁ ନିଜ ମୋଟର ସାଇକେଲରେ ରଙ୍ଗିଆଗୁଡାର ବିନୋଦ ପଲେଇଙ୍କ ସହିତ ଆସୁଥିବା ବେଳେ ଏକ ଅଜଣା କାର ତାଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଶ୍ରୀ ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ପଲେଇଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୋଲିସ ଶ୍ରୀ ସାହୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.