ଭୋପାଳ ଗ୍ୟାସ ଟ୍ରାଜେଡି ପୀଡିତଙ୍କୁ ମିଳିବ ନାହିଁ ଅତିରିକ୍ତ କ୍ଷତିପୂରଣ

୧୯୮୪ ଡିସେମ୍ବର ୨ତାରିଖରେ ଭୋପାଳର ୟୁନିୟନ କାର୍ବାଇଡ କର୍ପୋରେସନ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ ହେବା ଯୋଗୁ ମୃତ୍ୟୁ ମୁଖରେ ପଡିଥିବା ୧୬ ହଜାରରୁ ଅଧିକ ଲୋକଙ୍କ ପରିବାରଙ୍କୁ ଅତିରିକ୍ତ କ୍ଷତିପୂରଣ ମିଳିବ ନାହିଁ, ଏଥିପାଇଁ ଦାୟର ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ମୃତ୍ୟୁର ବିଭୀଷିକା ଘଟାଇଥିବା ଏହି ଗ୍ୟାସ ଟ୍ରାଜେଡି ପରେ ୟୁନିୟନ କାର୍ବାଇଡ କର୍ପୋରେସନ ପୀଡ଼ିତଙ୍କୁ ୪୭୦ ମିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦେଇଥିଲା । ହେଲେ ଅଧିକ ୭ ହଜାର ୮୪୪ କୋଟି ଟଙ୍କା କ୍ଷତିପୂରଣ ଦାବି କରି ପୀଡିତମାନେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ କେନ୍ଦ୍ର ସରକାର ୨୦୧୦ରେ ଏକ କ୍ୟୁରେଟିଭ ପିଟିସନ ମଧ୍ୟ ଦାୟର କରିଥିଲେ । ଜାନୁଆରୀ ୧୨ତାରିଖରେ ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Leave A Reply

Your email address will not be published.