ଭାରତ ଯୋଡୋ ଯାତ୍ରାକୁ ମାସେ ପୁରିଲା : ମହାରାଷ୍ଟ୍ରରେ ରାହୁଲଙ୍କ ଫଟୋକୁ ଯୋତାମାଡ଼

ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଗତ ଶନିବାର ଦିନ ୧ ମାସ ଅତିକ୍ରାନ୍ତ କରିଛି ।

ମାସକ ମଧ୍ୟରେ ଏହି ଯାତ୍ରା ତାମିଲନାଡୁ କେରଳ ପାର କରି ବିଜେପି ଶାସିତ କର୍ଣ୍ଣାଟକ ମଧ୍ୟରେ ଆଗକୁ ବଢୁଥିବା ବେଳେ ୭୨୮ କିଲୋମିଟର ଅତିକ୍ରମ କରିଛି ।

ଶନିବାର ଦିନ ରାହୁଲ ଏହାକୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ବିଜେପିର ସାମ୍ପ୍ରଦାୟିକ ବିଭେଦ ବିରୋଧରେ ଐକ୍ଯର କଦମତାଳ ବୋଲି କହିଥିଲେ, ସେ ହିନ୍ଦୁ ମହାସଭା ନେତା ସଭରକରଙ୍କୁ କଟୁ ସମାଲୋଚନା ମଧ୍ୟ କରିଥିଲେ ।

ରାହୁଲଙ୍କ କଟୁକ୍ତିକୁ ନେଇ ମୁମ୍ବାଇରେ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରି ତାଙ୍କ ଫଟୋକୁ ଯୋତାମାଡ଼ କରିଥିଲେ।

Leave A Reply

Your email address will not be published.