ଆତଙ୍କବାଦୀଙ୍କ ଟାର୍ଗେଟରେ କାଶ୍ମୀରୀ ହିନ୍ଦୁ । ପୁଣିଥରେ ଆଉ ଜଣେ ହିନ୍ଦୁ କାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ । ବ୍ୟକ୍ତି ଜଣଙ୍କ ହେଲେ ରାଜସ୍ଥାନର ହନୁମାନଗଡ ଅଞ୍ଚଳର ନିବାସୀ ବିଜୟ କୁମାର । ବିଜୟ କୁମାର କାଶ୍ମୀରର କୁଲଗାମ ଅଞ୍ଚଳରେ ଥିବା ଦିହାତି ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ । ଗତ ଗୁରୁବାର ଦିନ ବ୍ୟାଙ୍କରେ କାମ କରୁଥିବା ବେଳେ ଆତଙ୍କବାଦୀ ବ୍ୟାଙ୍କରେ ପଶି ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ମୃତ୍ୟୁ ହୋଇଯାଇଥିଲା। ସମ୍ପୂର୍ଣ ଘଟଣା ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ସେନା ପକ୍ଷରୁ ପୂରା ଅଞ୍ଚଳକୁ ସିଲ୍ କରାଯିବା ସହ ସିସିଟିଭି ଆଧାରରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ବିଜୟଙ୍କ ପୂର୍ବରୁ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଏବଂ କୁଲଗାମର ମହିଳା ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ ।
#WATCH | J&K: Terrorist fires at bank manager at Ellaqie Dehati Bank at Areh Mohanpora in Kulgam district.
The bank manager later succumbed to his injuries.
(CCTV visuals) pic.twitter.com/uIxVS29KVI
— ANI (@ANI) June 2, 2022