ଲୋକଙ୍କ ଆଶା ଭରସାକୁ ପୁରଣ କରିବା ପାଇଁ କର୍ଣ୍ଣାଟକର ନୂତନ କଂଗ୍ରେସ ସରକାର ନିଷ୍ପାର ସହ କାର୍ଯ୍ୟ କରିବ, ଦଳ ଉପରେ ରାଜ୍ୟର ଭୋଟରମାନେ ଯେଉଁ ଭରସା ସ୍ଥାପନ କରିଛନ୍ତି, ତାହାକୁ ବିଡମ୍ବିତ କରିବା ପାଇଁ କୌଣସି ପ୍ରକାର କାର୍ଯ୍ଯକଳାପ ବା ଷଡଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା ମନ୍ତ୍ରୀ ପ୍ରିୟଙ୍କ ଖଡଗେ। ସେ କହିଛନ୍ତି ଯେ ରାଜ୍ୟରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କଲେ ବଜରଙ୍ଗ ଦଳ ଓ ଆରଏସଏସକୁ ବ୍ଯାନ କରାଯିବ।