ଇଡି ସିବିଆଆଇ ଭୟ ଦେଖାଇ ଦିଲ୍ଲୀର ଆଆପ୍ ବିଧାୟକଙ୍କୁ ଦଳରୁ ଅଲଗା କରିଦେବାକୁ ବିଜେପି ଯେଉଁ ଖେଳ ଆରମ୍ଭ କରିଛି, ତାହା ଆଜି ଆପାତତଃ ଫେଲ ମାରିଛି !
ଆଆପ୍ ସୁପ୍ରିମୋ ଦିଲ୍ଲୀର ଚତୁର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିଓ୍ଵାଲ ଆଜି ବିଧାନସଭାରେ ନିଜେ ଆସ୍ଥା ପ୍ରସ୍ତାବ ଆଗତ କରାଇ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି !
ବିଧାନସଭାରେ ଦଳର ସଦସ୍ୟ ସଂଖ୍ୟା ୬୨ ଥିବା ବେଳେ ବିରୋଧୀ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟିର ମୋଟ ୬୨ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଦେଶ ଗସ୍ତରେ ଅଛନ୍ତି, ଜଣେ ବିଧାୟକ ଜେଲରେ ଅଛନ୍ତି ଓ ଜଣେ ବାଚସ୍ପତି ଥିବା ହେତୁ ଆସ୍ଥା ଭୋଟରେ ଭାଗନେଇ ପାରିନଥିଲେ, ଅବଶିଷ୍ଟ ସମସ୍ତ ୫୮ ବିଧାୟକ କେଜେରିଓ୍ଵାଲଙ୍କ ସମର୍ଥନରେ ଆସ୍ଥା ପ୍ରକଟ କରିଥିଲେ।