କାବୁଲ :ଆଫଗାନିସ୍ତାନରେ ପୁଣିଥରେ ଆତ୍ମଘାତି ବିସ୍ଫୋରଣ ଘଟିଛି ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏହାସହ ୨୭ ଜଣ ଲୋକ
ଗୁରୁତର ଭାବେ ଆହତ ହୋଇଛନ୍ତି।
ଏଥର କାବୁଲ ରେ ଥିବା ଗୋଟେ ଶିକ୍ଷା ଅନୁଷ୍ଠାନ ଉପରେ ଏହି ବିସ୍ଫୋରଣ କରାଯାଇଛି । କାବୁଲର ଶିୟା ଅଞ୍ଚଳକୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ
କରାଯାଇଛି ।
ରାଜଧାନୀ କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳରେ ଶୁକ୍ରବାର ଦିନ ଏହି ଆତ୍ମଘାତି ବିସ୍ଫୋରଣ କରାଯାଇଛି ।
ବିସ୍ଫୋରଣ ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ
ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ବର୍ତମାନ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।
।