ପଞ୍ଜାବରେ ଖଲିସ୍ତାନୀ କାର୍ଯ୍ଯକଳାପରେ ଲିପ୍ତଥିବା ଅମୃତପାଲ ସିଂ ବଣ୍ଡା ଥାନାରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି, ତାକୁ ଗିରଫ କରାଯାଇଛି।
ଗତ ୨୦ ତାରିଖରେ ଅମୃତପାଲର ସ୍ତ୍ରୀ କିରଣଦୀପ କାଉର ଅମୃତସର ବିମାନ ବନ୍ଦରରୁ ଲଣ୍ଡନ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା। ପଚରାଉଚରା ପରେ ତାକୁ ଛାଡି ଦିଆଯାଇଥିଲା, ମାତ୍ର ଅମୃତସର ଛାଡି ବାହାରକୁ ନଯିବାକୁ ତାକୁ ତାଗିଦ କରାଯାଇଥିଲା।